ମ୍ୟାସ୍ଥେନିଆ ଗ୍ରାଭିସ

ମ୍ୟାସ୍ଥେନିଆ ଗ୍ରାଭିସ
DiplopiaMG1.jpg
ଜଣେ ମ୍ୟାସ୍ଥେନିଆ ଗ୍ରାଭିସ ରୋଗୀ ଆଖି ଖୋଲିବାକୁ ଚେଷ୍ଟା କଲାବେଳେ ଟେରା ଦୋଷ ( Eye deviation) ଓ ଚକ୍ଷୁପତା ସ୍ଖଳନ ( drooping eyelid) ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି ସ୍ନାୟୁ ବିଭାଗ
ଆଇସିଡ଼ି- ୧୦ 70.0
ଆଇସିଡ଼ି- ୯-ସିଏମ୍ 358.0, 358.01 (in crisis)
ଓଏମ୍‌ଆଇଏମ୍ 254200
ରୋଗ ଡାଟାବେସ 8460
ମେଡ଼ିସିନ-ପ୍ଲସ 000712
ଇ-ମେଡ଼ିସିନ neuro/232
emerg/325 (emergency), med/3260 (pregnancy), oph/263 (eye)
Patient UK ମ୍ୟାସ୍ଥେନିଆ ଗ୍ରାଭିସ
MeSH D009157

ମ୍ୟାସ୍ଥେନିଆ ଗ୍ରାଭିସ ( ଇଂରାଜୀ ଭାଷାରେ Myasthenia gravis/ MG) ଏକ ଦୀର୍ଘକାଳୀନ ସ୍ନାୟୁ-ମାଂସପେଶୀ ରୋଗ ( neuromuscular disease) ଯେଉଁଥିରେ ବିଭିନ୍ନ ମାତ୍ରାର ମାଂସପେଶୀ ଦୁର୍ବଳତା ଦେଖାଯାଏ । [୧] ସାଧାରଣତଃ ଚକ୍ଷୁ, ମୁଖ ଓ ଗିଳିବା ମାଂସପେଶୀ ଅଧିକ ପ୍ରଭାବିତ ହୁଅନ୍ତି । ଏହି ରୋଗରେ ଦ୍ୱିଦୃଷ୍ଟି ( double vision), ଚକ୍ଷୁପତା ସ୍ଖଳନ ( drooping eyelid), ବାର୍ତ୍ତଳାପ ଅସୁବିଧା ଓ ଚାଲି ଅସୁବିଧା ଭଳି ଲକ୍ଷଣ ଦେଖାଯାଏ । ରୋଗ ହଠାତ୍ ଆରମ୍ଭ ହୋଇପାରେ । ଏହି ରୋଗରେ ଅଧିକାଂଶ ସମୟରେ ରୋଗୀଙ୍କର ଏକ ବଡ଼ ଥାଇମସ ଗ୍ରନ୍ଥି ( thymus gland) ଥାଏ ବା ଥାଇମୋମା ( thymoma) ଅର୍ବୁଦ ସୃଷ୍ଟି ହୁଏ । [୧]

ମ୍ୟାସ୍ଥେନିଆ ଗ୍ରାଭିସ ଏକ ଅଟୋଇମ୍ମ୍ୟୁମ ରୋଗ ( autoimmune disease) ଯେଉଁଥିରେ ମାଂସପେଶୀ ଓ ସ୍ନାୟୁ ଜଙ୍କସନରେ କାମ କରୁଥିବା ନିକୋଟିନିକ ଆସେଟିଲକୋଲିନ ରିସେପ୍ଟରର ( acetylcholine receptor) କାମକୁ ଆଣ୍ଟିବଡି ( antibodies) ଅବରୋଧ କରେ । ଏହି ଅବରୋଧ ଯୋଗୁ ସ୍ନାୟୁ ତରଙ୍ଗ ( nerve impulse) ମାଂସପେଶୀ ସଙ୍କୋଚନ‌କୁ ସକ୍ରିୟ ବା ଟ୍ରିଗର କରିପାରେନାହିଁ । [୧] କ୍ୱଚିତ୍ ଏକ ଜେନେଟିକ ତୃଟି ଯୋଗୁ ସମାନ ଧରଣର ରୋଗକୁ ଆଜନ୍ମ ମ୍ୟାସ୍ଥେନିଆ ( en:congenital myasthenia) ନାମ ଦିଆଯାଏ । [୨] [୩] ମହିଳା ମ୍ୟାସ୍ଥେନିଆ ରୋଗୀର ଛୁଆ ଜୀବନରେ ପ୍ରଥମ କିଛି ମାସ ମଧ୍ୟରେ ଅନୁରୁପ ଲକ୍ଷଣ ଦେଖାଯାଏ ଯାହାକୁ ନବଜାତ ବା ନିଓନାଟାଲ ମ୍ୟାସ୍ଥେନିଆ ନାମ ଦିଆଯାଏ । ନର୍ଭ କଣ୍ଡକସନ ସ୍ଟଡି ( nerve conduction studies), ଏଡ୍ରୋଫୋନିଅମ ଟେଷ୍ଟ ( edrophonium test) ଓ ଆଣ୍ଟିବଡି ଚିହ୍ନଟ ନିମନ୍ତେ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧]

ମ୍ୟାସ୍ଥେନିଆ ଗ୍ରାଭିସ ରୋଗ ନିମନ୍ତେ ସାଧାରଣତଃ ନିଓସ୍ଟିଗମିନପାଇରିଡୋସ୍ଟିଗମିନ ଭଳି ଆସେଟିଲକୋଲିନଇସ୍ଟରେଜ ଇନହିବିଟର ( acetylcholinesterase inhibitor) ଦେଇ ଚିକିତ୍ସା କରାଯାଏ । ପ୍ରେଡନିସୋନ ବା ଆଜାଥାୟୋପ୍ରିନ ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ Immunosuppressants ମଧ୍ୟ ଦିଆଯାଇପାରେ । କେତେକ କେଶ୍‌ରେ ଥାଇମେକ୍ଟୋମି ( surgical removal of the thymus gland) ଅପରେଶନ କରାଯାଏ ଯେଉଁଥିରେ ଥାଇମସ ଗ୍ରନ୍ଥି କାଟି ବାହାର କରିଦିଆଯାଏ । ହଠାତ ଲକ୍ଷଣ ବୃଦ୍ଧି ପାଇଲେ ପ୍ଲାଜ୍ମାଫେରେସିସ Plasmapheresis ଓ ଅଧିକ ମାତ୍ରାର ଶିରାଭ୍ୟନ୍ତର ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ( intravenous immunoglobulin) ଦିଆଯାଇପାରେ । ଶ୍ୱାସକ୍ରିୟା ମାଂସପେଶୀ ଦୁର୍ବଳ ହୋଇଗଲେ ଯାନ୍ତ୍ରିକ ଭେଣ୍ଟିଲେସନ ( mechanical ventilation) ଆବଶ୍ୟକ ହୁଏ । [୧]

ପ୍ରତି ଏକ ନିୟୁତ ଲୋକଙ୍କ ମଧ୍ୟରୁ ୫୦ରୁ ୨୦୦ ଲୋକଙ୍କୁ ମ୍ୟାସ୍ଥେନିଆ ଗ୍ରାଭିସ ଆକ୍ରମଣ କରେ । [୪] [୫] ବାର୍ଷିକ ଏକ ନିୟୁତ ଲୋକ ପିଛା ୩ରୁ ୩୦ ନୂଆ ରୋଗ ନିର୍ଣ୍ଣୟ କରାଯାଏ । [୬] ଅଧିକ ସଚେତନତା ଯୋଗୁ ଏହି ରୋଗ ନିର୍ଣ୍ଣୟ ସଂଖ୍ୟା ଅଧିକ ହେଉଛି । [୬] ଚାଳିଶ ବର୍ଷରୁ କମ୍ ବୟସର ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷଙ୍କୁ ଏହି ରୋଗ ସାଧାରଣତଃ ହୁଏ । ସାଧାରଣତଃ ପିଲାଙ୍କୁ ଏହି ରୋଗ ହୁଏନାହିଁ । ଅଧିକାଂଶ ରୋଗୀ ଉପ‌ଯୁକ୍ତ ଚିକିତ୍ସା ପାଇଲେ ସାଧାରଣ ଜୀବନ ଯାପନ କରନ୍ତି ଓ ସାଧାରଣ ଆୟୁଷ ( life expectancy) ଭୋଗ କରନ୍ତି । [୧] ଗ୍ରୀକ ଶବ୍ଦ μύςର ଅର୍ଥ ମାଂସପେଶୀ, ଆସ୍ଥେନିଆ ଅର୍ଥ ଦୁର୍ବଳ ଓ ଲାଟିନ: ଗ୍ରାଭିସ ଶବ୍ଦର ଅର୍ଥ ସାଂଘାତିକ; ଏହି ଶବ୍ଦମାନଙ୍କୁ ନେଇ ମ୍ୟାସ୍ଥେନିଆ ଗ୍ରାଭିସ ଶବ୍ଦ ସୃଷ୍ଟି ହୋଇଛି । [୭]

  • ଆଧାର

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Myasthenia Gravis Fact Sheet". NINDS. May 10, 2016. Retrieved 8 August 2016. 
  2. Kandel E, Schwartz J, Jessel T, Siegelbaum S, Hudspeth A (୨୦୧୨). Principles of Neural Science (୫ ed.). pp. ୩୧୮–୧୯. 
  3. Vrinten, C; van der Zwaag, AM; Weinreich, SS; Scholten, RJ; Verschuuren, JJ (17 December 2014). "Ephedrine for myasthenia gravis, neonatal myasthenia and the congenital myasthenic syndromes.". The Cochrane database of systematic reviews (12): CD010028. 25515947. 
  4. Adams, James G. (୨୦୧୨). Emergency Medicine: Clinical Essentials (Expert Consult -- Online) (୨ ed.). Elsevier Health Sciences. p. ୮୪୪. ISBN  ୧୪୫୫୭୩୩୯୪୬. 
  5. Kaminski, Henry J. (୨୦୦୯). Myasthenia Gravis and Related Disorders (୨ ed.). Springer Science & Business Media. p. ୭୨. ISBN  ୯୭୮୧୫୯୭୪୫୧୫୬୭. 
  6. ୬.୦ ୬.୧ McGrogan A, Sneddon S, de Vries CS (2010). "The incidence of myasthenia gravis: a systematic literature review". Neuroepidemiology 34 (3): 171–183. 20130418. 10.1159/000279334. 
  7. Ehrlich, Ann; Schroeder, Carol L. (୨୦୧୪). Introduction to Medical Terminology. Cengage Learning. p. ୮୭. ISBN  ୯୭୮୧୧୩୩୯୫୧୭୪୨. 
Other Languages
العربية: وهن عضلي وبيل
azərbaycanca: Miasteniya
français: Myasthénie
Bahasa Indonesia: Miastenia gravis
ქართული: მიასთენია
қазақша: Миастения
Кыргызча: Миастения
മലയാളം: മൈസ്തീനിയ
Nederlands: Myasthenia gravis
polski: Miastenia
Piemontèis: Miastenìa greva
português: Miastenia grave
русский: Миастения
Simple English: Myasthenia gravis
slovenčina: Ťažká myasténia
slovenščina: Miastenija gravis
српски / srpski: Miastenija gravis
татарча/tatarça: Миастения
українська: Міастенія
oʻzbekcha/ўзбекча: Miasteniya
Tiếng Việt: Bệnh nhược cơ